
ଜଗନ୍ନାଥ ଧାମ ପୁରୀରେ ଉନ୍ନତ ଭେଣ୍ଟିଲେଟର ଓ Eco Machine ଅଭାବ – ରୋଗୀ ଜୀବନ ସଙ୍କଟରେ

ପ୍ରେସ୍ ବିଜ୍ଞପ୍ତି*
*ତାରିଖ:* 14/05/2026
*ପ୍ରେରକ:* ଲାଲା ଅନନ୍ତ କୁମାର ସିଂହ, ଆଡଭୋକେଟ୍
*କାର୍ଯ୍ୟକାରୀ ସଭାପତି, ଅଖିଳ ଭାରତ ହିନ୍ଦୁ ମହାସଭା, ଓଡ଼ିଶା*
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଧାମ ପୁରୀ ବିଶ୍ୱର ପ୍ରମୁଖ ତୀର୍ଥକ୍ଷେତ୍ର। ପ୍ରତିଦିନ ହଜାର ହଜାର ଓ ରଥଯାତ୍ରା ସମୟରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେଉଛି। ମାତ୍ର ଅତ୍ୟନ୍ତ ଦୁଃଖ ଓ ଚିନ୍ତାର ବିଷୟ ଯେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ପର୍ଯ୍ୟନ୍ତ *Eco Machine ଭେଣ୍ଟିଲେଟର ଭଳି ଜୀବନରକ୍ଷକ ଉପକରଣ ନାହିଁ*। 
*ବର୍ତମାନ ସ୍ଥିତି:*
1. ଗୁରୁତର ହୃଦଘାତ, ଶ୍ୱାସକଷ୍ଟ, ଦୁର୍ଘଟଣା ରୋଗୀଙ୍କ ପାଇଁ DHH ପୁରୀରେ ପର୍ଯ୍ୟାପ୍ତ ICU ଓ ଉନ୍ନତ ଭେଣ୍ଟିଲେଟର ସୁବିଧା ନାହିଁ।
2. ଫଳସ୍ୱରୂପ ପ୍ରତିଟି ଗମ୍ଭୀର ରୋଗୀଙ୍କୁ 60 କିମି ଦୂର ଭୁବନେଶ୍ୱରର AIIMS, Capital Hospital କିମ୍ବା SCB କଟକକୁ ରେଫର୍ କରିବାକୁ ପଡୁଛି।
3. ‘Golden Hour’ ରେ ଉପଯୁକ୍ତ ଚିକିତ୍ସା ନ ମିଳିବାରୁ ରାସ୍ତାରେ ହିଁ ଅନେକ ମୂଲ୍ୟବାନ ଜୀବନ ଚାଲିଯାଉଛି।
*ଆମର ଦାବି:*
ଓଡ଼ିଶା ସରକାର ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତୁରନ୍ତ ଦୃଷ୍ଟି ଦେଇ:
1. *DHH ପୁରୀରେ ତୁରନ୍ତ Eco Machine/ECMO ସହ Advanced Ventilator ICU ୟୁନିଟ୍ ସ୍ଥାପନ କରନ୍ତୁ।*
2. *24×7 Critical Care Specialist ଓ Pulmonologist ନିଯୁକ୍ତି କରନ୍ତୁ।*
3. *ରଥଯାତ୍ରା ପୂର୍ବରୁ ସ୍ୱତନ୍ତ୍ର Trauma Care ଓ Cardiac Care ୟୁନିଟ୍ କାର୍ଯ୍ୟକ୍ଷମ କରନ୍ତୁ।*
ଜଗନ୍ନାଥ ଧାମକୁ ଆସୁଥିବା ପ୍ରତ୍ୟେକ ଭକ୍ତ ଓ ସ୍ଥାନୀୟ ଜନତାଙ୍କ ଜୀବନ ସୁରକ୍ଷା ସରକାରଙ୍କ ପ୍ରାଥମିକ ଦାୟିତ୍ୱ। ଯଦି ତୁରନ୍ତ ପଦକ୍ଷେପ ନିଆ ନ ଯାଏ, ଅଖିଳ ଭାରତ ହିନ୍ଦୁ ମହାସଭା ଜନ ଆନ୍ଦୋଳନ କରିବାକୁ ବାଧ୍ୟ ହେବ।
*ଜୟ ଶ୍ରୀ ଜଗନ୍ନାଥ | ଜୟ ହିନ୍ଦୁ ରାଷ୍ଟ୍ର*
व्हाट्सप्प आइकान को दबा कर इस खबर को शेयर जरूर करें










